ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଖେଳିବେ ଆମେରିକାର ଖେଳାଳି। କୋଲକାତା ନାଇଟ ରାଇଡର୍ସ ଦଳ ଦ୍ରୁତ ବୋଲର ହ୍ୟାରି ଗର୍ନିଙ୍କ ସ୍ଥାନରେ ଦଳରେ ଆମେରିକାର ଖେଳାଳି ଅଲ୍ଲୀ ଖାନଙ୍କୁ ସାମିଲ କରିବାକୁ ବିସିସିଆଇକୁ ଜଣାଇଛି।

ଅଲ୍ଲୀ ଖାନଙ୍କ ଜନ୍ମ ପାକିସ୍ତାନରେ ହୋଇଥଲେ ମଧ୍ୟ ସେ ଆମେରିକା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି। ଗତବର୍ଷ ସେ ପାପୁଆ ନ୍ୟୁ ଗିନି ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିଛନ୍ତି।ଜଣେ ଦ୍ରୁତ ବୋଲର ଭାବେ ଅଲ୍ଲୀଙ୍କର ରେକର୍ଡ ବେଶ୍ ଭଲ ଅଛି। ସେ ଏବେସୁଦ୍ଧା ୩୬ଟି ଟି-୨୦ ମ୍ୟାଚ୍ ଖେଳି ୩୮ଟି ୱିକେଟ୍ ନେଇସାରିଛନ୍ତି। ଏଥିସହ ସେ ନିକଟରେ କାରବିଆନ୍ କ୍ରିକେଟ୍ ଲିଗ୍ ଚାମ୍ପିୟନ ହୋଇଥିବା ତ୍ରିନିଦାଦ ନାଇଟ୍ ରାଇଡର୍ସ ଦଳର ମଧ୍ୟ ସଦସ୍ୟ ଥିଲେ। ତେଣୁ କେକେଆର୍ ତାଙ୍କୁ ଆଇପିଏଲରେ ସାମିଲ୍ କରିବାକୁ ଇଚ୍ଛା ରଖିଛି।

ଅଲ୍ଲୀ ଖାନ୍ ଅନ୍ତର୍ଜାତୀୟ କ୍ରିକେଟ୍ ଓ ସିପିଏଲ୍ ଟୁର୍ଣ୍ଣାମେଣ୍ଟ ସହ କାନାଡା ଗ୍ଲୋବାଲ୍ ଲିଗ୍, ପାକିସ୍ତାନ ସୁପର ଲିଗ୍ ମଧ୍ୟ ଖେଳିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ ବେଶ ଭଲ ଥିଲା।

Comment