ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଏଭଳି ବହୁତ ଲୋକ ଅଛନ୍ତି ସୁନ୍ଦର ଦେଖାଯିବା ପାଇଁ ଯେକୌଣସି ଅସାଧ୍ୟ କାମ କରିବାକୁ ବି ପଛାଇ ନଥା’ନ୍ତି। ଏଥିପାଇଁ କିଏ ପ୍ଲାଷ୍ଟିକ ସର୍ଜରି ତ ଆଉ କିଏ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି। ହେଲେ ଏମିତି ଜଣେ ମଡେଲ ଅଛନ୍ତି, ଯାହାଙ୍କ ସୌନ୍ଦର୍ୟ୍ୟର ଗୂଢ଼ ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କାଲିଫର୍ନିଆର ୨୩ ବର୍ଷୀୟା ଜଣେ ମଡେଲ ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯିବା ପାଇଁ ପଶୁ ରକ୍ତରେ ଗାଧୋଇଥା’ନ୍ତି। ଏନେଇ ସୋସିଆଲ ମିଡିଆରେ ସେ କିଛି ଫଟୋ ଏବଂ ଭିଡିଓ ସେୟାର କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଏକ ରିଆଲିଟି ଶୋ’ରେ ମଧ୍ୟ ମହିଳା ଜଣକ ପଶୁରକ୍ତରେ ଗାଧୋଉଥିବାର ଦେଖିବାକୁ ମିଳିଥିଲା। ପଶୁ ରକ୍ତରେ ଗାଧୋଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇ ନ ଥାଏ ବୋଲି ସେ କୁହନ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଶାକାହାରୀ ହୋଇଥିଲେ ବି ପଶୁରକ୍ତରେ ଗାଧୋଇଥାନ୍ତି। ସେ ଦିନକୁ ୮ରୁ ୧୦ ଥର ପଶୁ ରକ୍ତରେ ଗାଧୋଉଥିବା କୁହନ୍ତି।

Comment