ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଗତ ସପ୍ତାହରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଜୋରଦାର ପବନ ବହିବା ଫଳରେ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଲସ୍‌ ଆଞ୍ଜେଲସ୍‌ ପର୍ଯ୍ୟନ୍ତ ପହଞ୍ଚିଗଲାଣି। ଫଳରେ ହଲିଉଡ୍‌ର ବହୁ ନାମୀଦାମୀ ଷ୍ଟାରଙ୍କ ଘର ନିଆଁରେ ପୋଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି।

ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁ ବର୍ତ୍ତମାନ ୯ ହଜାର ହେକ୍ଟର ଯାଏଁ ବ୍ୟାପି ଗଲାଣି। ନିଆଁରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ହଲିଉଡ୍‌ ଷ୍ଟାରଙ୍କ ଘର ଜଳି ପାଉଁଶ ହୋଇଯାଇଛି। ହଲିଉଡ୍‌ ଅଭିନେତା ଆର୍ନଲ୍‌ଡ ସ୍ୱାର୍ଜନେଗର, କାର୍ଲ ଗ୍ରେଗ୍‌, ବାସ୍କେଟବଲ୍‌ ଖେଳାଳୀ ଲେବ୍ରୋନ୍‌ ଜେମ୍ସଙ୍କ ଘର ପୋଡ଼ି ଯାଇଥିବା ସୂଚନା ମିଳିଛି।

ନିଆଁ ଲାଗିଯିବା ଫଳରେ ଏହି ଷ୍ଟାରମାନଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି। ଏଠାରେ ବସବାସ କରୁଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ନିଜ ଘର ଖାଲି କରିବାକୁ ପଡ଼ିଛି।

ଚଳିତ ବର୍ଷ ସାରା ଦୁନିଆରେ ଅନେକ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଦୁନିଆଁର ସବୁଠୁ ଥଣ୍ଡା ସ୍ଥାନ ସାଇବେରିଆ, ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ ଆମାଜନରେ ନିଆଁ ଲାଗିଥିଲା। ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ବିରଳ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି।

Comment