ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଫର୍ଣ୍ଣିଆର ଆଲକାଟ୍ରାଜ ଜେଲ। ଏହି ଜେଲ ଏତେ ଭୟାନକ ଯେ ଠାରୁ କେବେ କେଉଁ କଏଦୀ ଫେରାର୍‌ ହୋଇପାରି ନାହାନ୍ତି।

ଦୁନିଆରେ ଅନେକ ଜେଲ୍‌ ଅଛି ଯାହା ବିପଜ୍ଜନକ ଏବଂ ଭୟାନକ। ତଥାପି ଆପଣ ଶୁଣିଥିବେ ଯେ ପ୍ରାୟ ପ୍ରତ୍ୟେକ ଜେଲରୁ କେହି ନା କେହି କଏଦୀ ଖସି ପଳାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଜେଲ ବିଷୟରେ କହିବାକୁ ଯାଉଛୁ ଯେଉଁ ଜେଲରୁ କେହି କଏଦୀ ଖସି ଯାଇପାରି ନାହାନ୍ତି। ଯଦିଓ ଅନେକ କଏଦୀ ଚେଷ୍ଟା କରିଛନ୍ତି କିନ୍ତୁ ଖସି ଯିବାରେ ବିଫଳ ହୋଇଛନ୍ତି।

ଏହି ଜେଲର ନାମ ଆଲକାଟ୍ରାଜ ଜେଲ, କାଲିଫର୍ଣ୍ଣିଆର ସୈନ ଫ୍ରାନ୍ସିସ୍କୋ ଉପକୂଳବର୍ତ୍ତୀ ଅଲକାଟ୍ରାଜ ଦ୍ୱୀପରେ ଏହି ଜେଲ୍‌ ରହିଛି। ୧୯୩୪ରେ ଏହି ଜେଲ ଖୋଲା ଯାଇଥିଲା, କିନ୍ତୁ ଅଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ହେତୁ ୧୯୬୩ରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ଜେଲକୁ ସଂଗ୍ରହାଳୟ ଭାବରେ ବ୍ୟବହାର କରାଯାଉଛି, ଯାହାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦେଖିବାକୁ ଆସନ୍ତି। ଏହି କାରାଗାରକୁ ‘ଦି ରକ୍’ ମଧ୍ୟ କୁହାଯାଏ।

କଡା ସୁରକ୍ଷା ବ୍ୟବସ୍ଥା ବଳୟରେ ଥିବା ଏହି ଆମେରିକାର ସବୁଠାରୁ ଶକ୍ତିଶାଳୀ କାରାଗାର ଭାବରେ ବିବେଚନା କରାଯାଉଥିଲା ଯେଉଁଠାରୁ କେବେ କୌଣସି କଏଦୀ ଖସି ଯା ନାହାନ୍ତି।  କୁହାଯାଏ ଯେ ଏହି ଜେଲରେ ଆମେରିକାର ସବୁଠାରୁ ଖତରନାକ ଅପରାଧୀଙ୍କୁ ରଖାଯାଇଥିଲା। ଜେଲର ୨୯ ବର୍ଷର ଇତିହାସରେ ସମୁଦାୟ ୩୬ କଏଦୀ ଏଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ କାବୁ କରାଯାଇଥିଲା, କେତେକଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲା। ଅନେକ କଏଦୀ ଏଠାରେ ଆତ୍ମହତ୍ୟା କରିଥିବାର ମଧ୍ୟ ଶୁଣାଯାଏ।

Comment