ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗର୍ଭାବସ୍ଥାରେ ସାଧାରଣତଃ ମହିଳାଙ୍କୁ ଭାରି କାମ ଓ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବାକୁ ମନା କରାଯାଇଥାଏ। ମା’ ଏବଂ ଶିଶୁ ଉଭୟଙ୍କ ମଙ୍ଗଳ ପାଇଁ ଏହି ପରାମର୍ଶ ଦିଆଯାଏ। କିନ୍ତୁ ଆମେରିକାର ଜଣେ ମହିଳା ୯ ମାସର ଗର୍ଭବତୀ ଥିଲାବେଳେ ଦେଢ଼ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ରାସ୍ତା ଅତିକ୍ରମ କରିବାକୁ ତାଙ୍କୁ ମାତ୍ର ୫ ମିନିଟ ସମୟ ଲାଗିଥିଲା। ଏହା ବିଶ୍ୱାସ ହେଉନଥିଲେ ବି ସତ।

ଏହି ମହିଳା ହେଉଛନ୍ତି କାଲିଫର୍ଣ୍ଣିଆର ୨୮ ବର୍ଷିୟା ମେକେନା ମିଲର। ରିପୋର୍ଟ ଅନୁସାରେ ମେକେନା ମିଲରଙ୍କ ସ୍ୱାମୀ ତାଙ୍କୁ ଏହି ଦୌଡ଼ ପାଇଁ ଚାଲେଞ୍ଜ କରିଥିଲେ। ସ୍ୱାମୀଙ୍କ ଚାଲେଞ୍ଜ ଜିତିବା ପାଇଁ ସେ ଏହି ପଦକ୍ଷେପ ନେଇଥିଲେ।

ମିଲର ଦୌଡ଼ିବା ସମୟ ଭିଡିଓ ତାଙ୍କ ସ୍ୱାମୀ ମୋବାଇଲରେ ସୁଟ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ଅନେକ ପଜିଟିଭ କମେଣ୍ଟ ଦେଇଥିଲା ବେଳେ ଅନେକଙ୍କଠାରୁ ନେଗେଟିଭ୍‌ କମେଣ୍ଟ ମଧ୍ୟ ଆସିଛି।

LEAVE A REPLY

Please enter your comment!
Please enter your name here