ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ବ୍ୟସ୍ତବହଳ ଜୀବନଶୈଳୀ ସତ୍ତ୍ୱେ ଲୋକେ ମନୋରଞ୍ଜନକୁ ଛାଡ଼ିବାକୁ ଭୁଲୁ ନାହାନ୍ତି। ଏକ ସପିଙ୍ଗ କମ୍ପ୍ଲେକ୍ସରେ ଲୋକେ ସପିଙ୍ଗ କରୁଥିବା ସମୟରେ ହଠାତ୍ କ’ଣ ହେଲା ସମସ୍ତେ ନାଚିବାକୁ ଲାଗିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସପିଙ୍ଗ କମ୍ପ୍ଲେକ୍ସରେ ଲୋକେ କିଣାକିଣି କରିବାରେ ବ୍ୟସ୍ତ ଥିବାବେଳେ ହଠାତ୍ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ‘କ୍ୱିନ’ର ଗୀତ ‘ପୁରା ଲଣ୍ଡନ ଠୁମକ ଦା’ ବାଜିବାକୁ ଲାଗିଲା। ଗୀତ ବାଜିବା କ୍ଷଣି ଲୋକେ ମ୍ୟୁଜିକର ତାଳେତାଳେ ନାଚିବାକୁ ଲାଗଥିଲେ। ଆଶ୍ଚର୍ଯ୍ୟର କଥା ଏହା ଭାରତରେ ନୁହେଁ, ବରଂ କାଲିଫର୍ଣ୍ଣିଆର ସାନ୍ତାକ୍ରୁଜରେ ଥିବା ଏକ ରିଟେଲ ଷ୍ଟୋରରେ ଘଟିଛି।

ଜଣେ କି ଦୁଇ ଜଣ ନୁହେଁ ସପିଙ୍ଗ ମଲରେ ଥିବା ସମସ୍ତ ଲୋକେ ନାଚିଥିଲେ। ଯେଉଁ ଲୋକେ ଏଥିରେ ଅଂଶଗ୍ରହଣ କରିନଥିଲେ ସେମାନେ ଭିଡିଓ ରେକର୍ଡ କରିବାରେ ଲାଗିଥିଲେ। କାଲିଫର୍ଣ୍ଣିଆର ସାନ୍ତାକ୍ରୁଜରେ ଥିବା ଏକ ରିଟେଲ ଷ୍ଟୋରରେ ବଲିଉଡ୍ ଫ୍ଲାଶ ମବ୍ ହୋଇଥିଲା। ଏହି ନାଚ ଭିଡିଓଟି ୟୁଟ୍ୟୁବରେ ସେୟାର କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ପାଖାପାଖି ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Comment