ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅଙ୍କୁ ମହଙ୍ଗା ପଡ଼ିଲା ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ କରିବା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପୂର୍ବରୁ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭିଡିଓକୁ ନେଇ ଭୁଲ ମାଗିଥିବା ବେଳେ ଏବେ ପ୍ରକୃତି ମିଶ୍ର ଭୁଲ ମାଗିଛନ୍ତି।

ପ୍ରକୃତି ମିଶ୍ର କହିଛନ୍ତି, “ଡ୍ୟାମ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଆମେ ଯାଇଥିଲୁ। ହେଲେ ଜାଣିନଥିଲୁ ସେଠାରେ ଫଟୋ ଓ ଭିଡିଓ ଉଠାଇବା ମନା। ଆମେ ତ ଛୁଆମାନେ ଖୁସିରେ ଫଟୋ ଉଠାଇ ଦେଇଥିଲୁ। ପରେ ମୋ ଇଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ଅପଲୋର୍ଡ କରିଥିଲି। ମୋର ଭୁଲ ହୋଇଛି। ଭବିଷ୍ୟତରେ ଏମିତି ହେବନି।”

ହୀରାକୁଦର ନିସିଦ୍ଧାଞ୍ଚଳରେ ଓକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରୋ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଲୋଭିନା ନାଏକ ଓ ମନ୍ତ୍ରୀ ନବ ହାସଙ୍କ ଝିଅ ଦିପାଳି ଦାସଙ୍କୁ ଦେଖିବାକୁ ମିଳିଥିଲା। ଏହାସହ ନିସିଦ୍ଧାଞ୍ଚଳରେ କିଛି କାର୍‌ ମଧ୍ୟ ଛିଡ଼ା ହୋଇଥିଲା। ଏହି ଘଟଣା ପରେ ସମ୍ଵଲପୁର ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here