ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିହାରର ବେଗୁସରାଇରୁ ଜେଏନ୍ୟୁ ପୂର୍ବତନ ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ କରଛି। ଏହି ଆସନରୁ କହ୍ନେୟାଙ୍କ ବିପକ୍ଷରେ ବିଜେପି କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ପ୍ରାର୍ଥୀ କରିଛି।
ବିହାରରେ ଏନଡ଼ିଏ ଓ ଆରଜେଡ଼ି ମହାମେଣ୍ଟର ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ମହାମେଣ୍ଟରେ ସିପିଆଇକୁ ସାମିଲ କରାଯାଇନଥିବାରୁ ଦଳକୁ ମିଳିଥିବା ଗୋଟିଏ ଆସନ ବେଗୁସରାଇରୁ ପ୍ରାର୍ଥୀପତ୍ର ଘୋଷଣା କରିଛି ସିପିଆଇ। ଏଥର ବିହାର ବେଗୁସରାଇରେ କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କ ସହ କହ୍ନେୟା କୁମାରଙ୍କ ଲଢ଼େଇ ହେବ।
ରବିବାର ସିପିଆଇର ମହାସଚିବ ଏସ୍ ସୁଧାକର ରେଡ୍ଡୀ ଜାରି କରିଥିବା ପ୍ରାର୍ଥୀ ତାଲିକାରେ କହ୍ନେୟା କୁମାରଙ୍କ ନାଁ ସାମିଲ ରହିଛି। ସେହିପରି ତେଲେଙ୍ଗାନା ମୁରାଦାବାଦ ଲୋକସଭା ଆସନରୁ କେ. ଭେଙ୍କଟେଶ୍ୱର ରାଓଙ୍କୁ ସିପିଆଇ ଟିକେଟ୍ ଦେଇଛି।


















