ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଛି ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ତେବେ ଡ୍ରାଏ ଷ୍ଟେଟରେ ମଦ ମୃତ୍ୟୁକୁ ନେଇ ନିତୀଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳଏହାର ଜବାବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, “ଯିଏ ବି ନକଲି ମଦ ପିଇବ ସିଏ ମରିବ, ଲୋକଙ୍କୁ ସଚେତନ ହେବାର ଆବଶ୍ୟକ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳେ। ବିହାରରେ ଯେହେତୁ ମଦ ବନ୍ଦ ହୋଇଛି, ତେଣୁ କୌଣସି ବାଟରେ ନକଲି ମଦ ବଜାରକୁ ଆସୁଛି। ଯାହାକୁ ପିଇବା ପରେ ଲୋକଙ୍କର ମୃତ୍ୟୁ ହୋଇଛି। ମଦ ଏକ କୁଅଭ୍ୟାସ, ତେଣୁ ଏହାକୁ ପିଇବା ଆଦୌ ଉଚିତ୍ ନୁହେଁ।”

“ରାଜ୍ୟରେ ମଦ ବ୍ୟାନ ପାଇଁ ସବୁ ଦଳ ଏକାଠି ନିଷ୍ପତ୍ତି ନେଇଥିଲେ। ରାଜ୍ୟବାସୀ ଏହାର ସୁଫଳ ପାଇଛନ୍ତି। ମଦ ବନ୍ଦ ହେବା ଫଳରେ ଅନେକ ଲୋକ ଲାଭାନିତ୍ୱ ହୋଇଛନ୍ତି ଏବଂ ମଦ ଛାଡି ଦେଇଛନ୍ତି। ମାତ୍ର କେତେଜଣ ଅମାନିଆ ଏହାକୁ ନମାନି ବିଷାକ୍ତ ମଦ ପିଉଛନ୍ତି” କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

ତେବେ ଏହି ଘଟଣାରେ ଗରିବଙ୍କୁ ଧରିବା ବଦଳରେ ଯେଉଁ ଲୋକ ନକଲି ମଦ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଧରିବାକୁ ଅଧିକାରୀମାନଙ୍କୁ ନୀତିଶ ନିର୍ଦ୍ଦେଶ ଦେଇଛି ଏହାସହ ମଦ ସହ ଜଡିତ ବ୍ୟବସାୟରୁ ନିଜକୁ ଦୂରେଇ ରଖି ଅନ୍ୟ କୌଣସି ବ୍ୟବସାୟ କରିବାକୁ ସେ ଅପିଲ କରିଛନ୍ତି। ଆବଶ୍ୟକ ପଡ଼ିଲେ ସରକାର ଅନ୍ୟ ବ୍ୟବସାୟ ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ବୋଲି ନୀତିଶ କହିଛନ୍ତି।

Tags: #BiharHoochTragedy #LiquorDeath #Bihar #NitishKumar #DeathToll38

Comment