ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନବୀନ ନିବାସରେ ଏଲଇଡି ପ୍ରଚାର ଭ୍ୟାନର ଶୁଭାରମ୍ଭ କରାଯାଇଛି।

ଏଥର ବିଜେଡି ପ୍ରଚାରରେ ୩୧୪ଟି ଛୋଟ ଏଲଇଡି ଓ ୩୦ଟି ବଡ଼ ଏଲଇଡି ଭ୍ୟାନକୁ ସାମିଲ କରିବ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା କେଉଁଥିରେ ଅବହେଳିତ ହୋଇଛି ତାହା ପ୍ରଚାର ମାଧ୍ୟମରେ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚି ଜନସଚେତନତା ସୃଷ୍ଟି କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଯାହା ସୂଚନା ମିଳିଛି ୩୧୪ଟି ଛୋଟ ଏଲଇଡି ଭ୍ୟାନ୍‌ ରାଜ୍ୟର ବିଭିନ୍ନ ବ୍ଲକର ଗ୍ରାମାଞ୍ଚଳକୁ ଯାଇ ପ୍ରଚାର କରିବ ସେହିପରି ୩୦ଟି ବଡ ଏଲଇଡି ଭ୍ୟାନ ସହରାଞ୍ଚଳରେ ପ୍ରଚାର କରିବ।

Comment