ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନୈତିକତା ଦୃଷ୍ଟିରୁ ନିର୍ବାଚନ ନ ଲଢ଼ିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ନ ଲଢ଼ିବାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଚିଟ୍‌ଫଣ୍ଡ ନେଇ ମୋ ନାଁରେ ମାମଲା ରହିଛି। ଯେହେତୁ ମାମଲା ବିଚାରଧୀନ ଅଛି ମୁଁ ନିର୍ବାଚନ ଲଢ଼ିବି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି। ବିଜେଡି ପ୍ରତି ଲୋକଙ୍କ ଆସ୍ଥାକୁ ଦେଖି ଏପରି ନିଷ୍ପତ୍ତି ନେଇଛି।”

ଚୌଦ୍ୱାର-କଟକ ପାଇଁ ଯିଏ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଟିକେଟ୍‌ ଦିଆଯିବ। ଏବଂ ଆଗାମୀ ଦିନରେ ଦଳ ଯେଉଁ ଦାୟିତ୍ୱ ଦେବେ ତାହା ସେ କରିବେ ବୋଲି ସେ କହିଛନ୍ତି।

Comment