ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଶ୍ଵସ୍ତି। ହାଇକୋର୍ଟରୁ ମିଳିଲା ପ୍ରଭାତଙ୍କୁ ଜାମିନ। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଏହା ପୂର୍ବରୁ ୨ ମାସ ଲାଗି ପ୍ରଭାତ ଅନ୍ତରୀଣ ଜାମିନ ପାଇଥିଲେ।

ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଗତକିଛି ଦିନ ତଳେ ସିଟି ସ୍କାନ ପାଇଁ ଆସିଥିବାବେଳେ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ ପ୍ରଭାତ ବିଶ୍ୱାଳ। “ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ। ସତ୍ୟର ଜୟ ହେଉ”, କୋହଭରା କଣ୍ଠରେ ଏମିତି କହିଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ।

Comment