ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୮ ଏପ୍ରିଲ, ୨୦୨୧

  • ୮ ରୁ ୧୨ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା, ଘଡଘଡି, ବିଜୁଳି ଓ ପବନ ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
  • କରୋନାର ପୁନଃସଂକ୍ରମଣକୁ ଦେଖି ଜେଲ ଅନ୍ତେବାସୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ଓଡ଼ିଶା ପୋଲିସ, କୋଭିଡ ଆକ୍ରାନ୍ତ ଅଭିଯୁକ୍ତ ଜେଲରେ ରହିବେନି
  • ଓଡ଼ିଶା ସୋସାଇଟି ଅଫ ଆମେରିକାର ନୂଆ ସଭାପତି ଭାବେ ସିକାଗୋର ଜ୍ଞାନ ପଟ୍ଟନାୟକ ନିର୍ବାଚିତ, ମିଶିଗାନର ଅକ୍ଷୟ ରାୟ ଉପସଭାପତି ଓ ପ୍ରମୋଦ ମହାପାତ୍ର ସମ୍ପାଦକ
  • ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ଭୁବନେଶ୍ୱର କମିଶନରେଟ ପୋଲିସ କରୋନା ନିୟମ ଉଲ୍ଲଂଘନ ପାଇଁ ୯୪୦୦ ଜଣଙ୍କୁ ଧରିଲା, ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ
  • ସବୁ ଅଣବ୍ୟବହୃତ ସରକାରୀ ଜମିକୁ ଦୁଇ ମାସ ମଧ୍ୟରେ ମିଶନ ଶକ୍ତି ମହାସଙ୍ଘକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ବନ୍ଧୁକ ଚୋରା ଚାଲାଣ ରାକେଟ ଉପରେ ଚଢ଼ାଉ, କୋରାପୁଟ ଜୟପୁର ସହରରେ ୩ ଜଣ ଗିରଫ
  • କରୋନା ସଂକ୍ରମଣର ବୃଦ୍ଧିକୁ ଲକ୍ଷ୍ୟ କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସପ୍ତାହରେ ଶନିବାର ଓ ରବିବାର  ଦୁଇ ଦିନ ବନ୍ଦ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ
  • କଟକ ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ ମର୍ଯ୍ୟାଦା ପ୍ରଦାନ, ଏପ୍ରିଲ ୨୮ରୁ ଲାଗୁ ହେବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ
  • ଲଗାତାର ତୃତୀୟ ଦିନ ପାଇଁ ଭୁବନେଶ୍ୱରରେ ଏକ ଶହରୁ ଅଧିକ କରୋନା ଆକ୍ରାନ୍ତ, ଅଧିକାଂଶ ସ୍ଥାନୀୟ କେସ୍
  • କରୋନା ସଂକ୍ରମଣ ଭୟ, ଭୁବନେଶ୍ୱର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ଆହୁରି ୯୬ ଘଣ୍ଟା ପାଇଁ ବନ୍ଦ ରଖିଲା ବିଏମସି

Comment