ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଶନିବାରଦିନ କଟକ ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପ୍ରଭାତ।

କଟକ ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ। ସିସୋର ଚିଟଫଣ୍ଡ ଲିଙ୍କ୍‌ ଅଭିଯୋଗରେ ଗିରଫ ହେବାପରେ ତାଙ୍କ ସ୍ୱାସ୍ଥ୍ୟଗତ ବିଗିଡ଼ି ଯାଇଥିଲା। ଫଳରେ ପ୍ରଭାତ ବିଶ୍ୱାଳଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍‌ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା।

‘ଦୀର୍ଘ ୯ ମାସ ପରେ ଘରକୁ ଫେରିଛି। ବାପା ମାଆଙ୍କୁ ଭେଟି ଆଶୀର୍ବାଦ ନେଲି, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବି, ସର୍ବଦା ଲୋକଙ୍କ ପାଇଁ କାମ କରିଛି, ଆଗକୁ ମଧ୍ୟ କାମ ଜାରି ରଖିବି”, କହିଛନ୍ତି ପ୍ରଭାତ ବିଶ୍ୱାଳ।

ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା।

ଗତକିଛି ଦିନ ତଳେ ସିଟି ସ୍କାନ ପାଇଁ ଆସିଥିବାବେଳେ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ ପ୍ରଭାତ ବିଶ୍ୱାଳ। “ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ। ସତ୍ୟର ଜୟ ହେଉ”, କୋହଭରା କଣ୍ଠରେ ଏମିତି କହିଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ।

Comment