ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟିକେଟ୍ ପାଇଁ ଅଙ୍କକଷା।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ। ପ୍ରାର୍ଥିପତ୍ର ଦାଖଲ କରି ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ ଚାଲିଛି।
ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ଢେଙ୍କାନାଳ ଏବଂ ପୁରୀ ଆଦି ଅଞ୍ଚଳରେ ମତଦାନ ଥିବାରୁ ଆଶାୟୀମାନଙ୍କ ଭିଡ଼ ଜମୁଛି। ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଆଦି ଅଞ୍ଚଳରେ ମତଦାନ ଥିବାରୁ ଆଶାୟୀମାନଙ୍କ ଭିଡ଼ ଜମୁଛି।
ନବୀନ ନିବାସରେ ଆଶାୟୀମାନେ ବାୟୋଡାଟା ଧରି ନବୀନ ନିବାସ କର୍ମଚାରୀଙ୍କୁ ଭେଟୁଛନ୍ତି।
କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ କିଛି ଚୂଡ଼ାନ୍ତ କରିପାରୁ ନାହିଁ। କାହାକୁ ରଖିବ କାହାକୁ କାଟିବ ତାକୁ ନେଇ ନବୀନ ନିବାସରେ ମାନସମନ୍ଥନ ଚାଲିଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଲୋକସଭା ଆସନ ପାଇଁ ନିର୍ବାଚନ ଏପ୍ରିଲ ୨୯ରେ ହେବାକୁ ଯାଉଛି। ଏହି ଆସନ ପାଇଁ ବି ଟିକେଟ ଦାବିଦାରଙ୍କ ସଂଖ୍ୟା ବଢ଼ି ଚାଲିଛି।


















