ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହାସହ ଓଡ଼ିଆ ଖାଦ୍ୟର ସ୍ଵାଦ ଚାଖିଲେ ଅମିତ ଶାହ। ଗୃହମନ୍ତ୍ରୀଙ୍କ ସହ ଗୋଟିଏ ଟେବୁଲରେ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଧ୍ୟାହ୍ନ ଭୋଜନ କରିଛନ୍ତି। ପିତ୍ତଳ ଥାଳିରେ ଓଡ଼ିଆ ଖାଦ୍ୟ ପରସା ଯାଇ ଏମାନଙ୍କୁ ଦିଆଯାଇଥିଲା।

ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ସହ ନିରାମିଷରେ ପନିର, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟଣୀ, ଦହିବୁନ୍ଦି ଓ ପାମ୍ପଡ଼ ରହିଥିବା ବେଳେ ମିଠରେ ଗୋଲାପ ଜାମ୍ମୁ, ରସଗୋଲା ରହିଥିଲା। ସେହିପରି ଆମିଷରେ ଚିକେନ, ମଟନ ଓ ଚିଙ୍ଗୁଡ଼ି ରହିଥିଲା।

ଭଭିଆଇପିଙ୍କ ସହ ନବୀନ ନିବାସରେ ଅନ୍ୟ ସହ ୧୦୦ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ଵରର ଏକ ତାରକା ହୋଟେଲରୁ ଏହି ସବୁ ଖାଦ୍ୟ ଅଣାଯାଇଥିଲା।

ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚି ସିଧା ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା।  ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

Comment