ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସମ୍ବଲପୁର ଲୋକସଭା ଆସନରେ ନଗେନ୍ଦ୍ର ପ୍ରଧାନ କଟିଲେ। ନଳିନୀ ପ୍ରଧାନ ଟିକେଟ ପାଇଲେ।

ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ୨୦୧୪ ନିର୍ବାଚନରେ ବିଜେଡି ଟିକେଟରେ ଜିତିଥିବା ନଗେନ୍ଦ୍ର ପ୍ରଧାନଙ୍କ ଟିକେଟ କାଟି ନଳିନୀ ପ୍ରଧାନଙ୍କ ଉପରେ ଭରସା କରିଛି ଦଳ।

ନଳିନୀ ପୂର୍ତ୍ତ ବିଭାଗ ସଚିବ ଥିଲେ। ଗତ ମାସରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ସମ୍ବଲପୁର ପାଇଁ ପ୍ରାର୍ଥୀ କରିଛି।

ନଳିନୀ ପ୍ରଧାନ ପୂର୍ତ୍ତ ବିଭାଗ ସଚିବ ଥିବା ବେଳେ ବମିଖାଲ ଓଭବ୍ରିଜ ଭୁଶୁଡିବା ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇଯାଇଥିଲେ। ତାଙ୍କୁ ହଟାଇବା ପାଇଁ ବିରୋଧୀ ଦାବି କରିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ହଟାଇ ନଥିଲେ।

ନଳିନୀ ରାଜ୍ୟ ସରକାରଙ୍କ ଗୁଡ୍‌ବୁକ୍‌ରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ସରକାର।

Comment