ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଶାହ ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ୪ କିଲୋମିଟର ଲମ୍ବା ରୋଡ ସୋ ମଧ୍ୟ କରିଛନ୍ତି। ଏଥିରେ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ବିଜେପି ସେଠାରେ ନିଜର ଶକ୍ତି ପ୍ରଦର୍ଶନ କରିଛି।
ଅମିତ ଶାହ ପ୍ରଥମ ଥର ଲାଗି ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ିବେ ପୂର୍ବରୁ ଏହି ଆସନରେ ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ି ଆସୁଥିଲେ। ଏଥର କିନ୍ତୁ ବିଜେପି ଆଡଭାନିଙ୍କ ଟିକେଟ କାଟି ଶାହଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଏହି ଆସନରୁ ଆଡଭାନି ଓ ଅଟଳ ବିହାରୀ ବାଜପେୟୀ ସାଂସଦ ରହିଛନ୍ତି।
୧୯୯୮ ମସିହାରୁ ଏହି ଆସନରେ ଆଡଭାନୀ ନିର୍ବାଚନ ଲଢ଼ି ଜିତି ଆସୁଥିଲେ।


















