ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ। ପୋଲିସ୍‌ ପେଟ୍ରୋଲିଂ ବେଳେ ୫ ଲକ୍ଷ ଟଙ୍କା ଜବତ।

ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି ସେତିକି ପରିମାଣରେ ମାହୋଲ ବି ଗରମ ହେବାରେ ଲାଗିଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଟଙ୍କା ବିଡ଼ା ଜବତ କରୁଛି ପୋଲିସ। ପୋଲିସ୍‌ କୋକସରାରୁ ୫ ଲକ୍ଷ ଟଙ୍କା ଜବତ କରିଛି। ମୋଟେର ଖୁଟୁଲଗୁଡ଼ା ଛକ ନିକଟରେ ଆସ୍କା ପୋଲିସ ନିର୍ବାଚନ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍‌ରୁ ଟଙ୍କା ଜବତ କରିଛି। ବରଗଡ଼ ବରାହଗୁଡ଼ା ଗାଁର ସୁଦାମ ଭୋଇଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଛି।

ସେହିପରି ରାଜଗାଙ୍ଗପୁର ଟାଉନ୍‌ କଂଗ୍ରେସ ସଭାପତି ଇପଂତକାର ଅହମ୍ମଦ ଓ ତାଙ୍କର ସମ୍ପର୍କୀୟ ଇମ୍ରାନ ଇକ୍‌ବାଲଙ୍କ ନିକଟରୁ ଜବତ ହୋଇଛି ୬ ଲକ୍ଷ ଟଙ୍କା।

ଏହା ପୂର୍ବରୁ ବିଜେପୁର, ରାଉରକେଲା ଏବଂ ବରଗଡ଼ରୁ ଟଙ୍କା ଜବତ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ହେବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ଟଙ୍କା କାରବାର ରୋକିବାକୁ ଚଢ଼ାଉ କରିଛି ଫ୍ଲାଇଁ ସ୍କ୍ୱାଡ। ଏନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଜୋର କରିଛନ୍ତି। ନିର୍ବାଚନରେ ଟଙ୍କା ଓ ନିଶାଦ୍ରବ୍ୟ କାରବାରକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ।

Comment