ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ। ଜିତେନ୍ଦ୍ରିୟ ହରିପାଲ ଆସନ୍ତା ନିର୍ବାଚନରେ ସମ୍ବଲପୁରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ।

ଜିତେନ୍ଦ୍ରିୟ ହରିପାଳ ସମ୍ବଲପୁର ବିଧାନସଭା କିମ୍ବା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ।

ନିକଟରେ ଜିତେନ୍ଦ୍ରିୟ ହରିପାଲ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ଏମିତିକି, ଜିତେନ୍ଦ୍ରିୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତେବେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ବିଜେଡି ପକ୍ଷରୁ ଟିକେଟ୍‌ ନମିଳିବାରୁ ଜିତେନ୍ଦ୍ରିୟ ହରିପାଲ ସମ୍ବଲପୁରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଜିତେନ୍ଦ୍ରିୟ ହରିପାଳ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରୟ ଚେହେରା। ତେବେ ରାଜନୀତିରେ ତାଙ୍କ ଭାଗ୍ୟ କେତେ ଦୂର ସାଥ୍‌ ଦେଉଛି, ତାହା ଦେଖିବା ବାକି ରହିଲା। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୨୩ରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

Comment