ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁସେନାର ଲଢ଼ୁଆ ବିମାନ ମିଗ୍‌ -୨୭ ବିମାନ ଦୁର୍ଘଟଣା ଘଟିଛି। ରାଜସ୍ଥାନର ଯୋଧପୁରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଟିନ୍‌ ମିଶନରେ ଯାଇଥିଲାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କୌଣସି କାରଣରୁ ଘଟିଛି ତାହା ଜଣାପଡ଼ିନାହିଁ। ରିପୋର୍ଟ ଅନୁସାରେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣା ଘଟିଛି।

Comment