ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ ବି ଅମିତାଭ ବଚ୍ଚନ ଏବେ ଏକ ତାମିଲ୍‌ ଫିଲ୍ମର ସୁଟିଂ ରେ ବିଜି ଅଛନ୍ତି। ଅମିତାଭଙ୍କ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଆଉଟ୍‌ ହୋଇଛି। ଫାଷ୍ଟ ଲୁକ୍‌ରେ ସେ ଧୋତି, ଗାମୁଛା ପିନ୍ଧିଥିବା ନଜର ଆସିଛନ୍ତି।

ଫିଲ୍ମର ଲିଡ୍‌ରୋଲରେ ଅଭିନୟ କରୁଥିବା ଏସ ଜେ ସୂର୍ଯ୍ୟା ନିଜ ଟୁଇଟର ପେଜରେ ଅମିତାଭଙ୍କ ଲୁକ୍‌କୁ ଜାରି କରିଛନ୍ତି। ଏହା ଅମିତାଭଙ୍କ ପ୍ରଥମ ତାମିଲ ଫିଲ୍ମ ଯେଉଁଥିରେ ସେ ଅଧିକ ସମୟ ପାଇଁ ଦର୍ଶକଙ୍କ ସାମ୍ନକୁ ଆସିବେ।

ବିଗ୍‌ ବି ମଧ୍ୟ ଫିଲ୍ମର ଫାଷ୍ଟ ଲୁକ୍‌କୁ ନିଜ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି କି, “ବୟସ କମିବା ସହ ଗୋଟିଏ କଥା ଲାଗି ସବୁବେଳେ ଅବଶୋଷ ରହିବ କି ‘ତୁ’ କହୁଥିବା ଲୋକଙ୍କ ସଂଖ୍ୟା କମି ଯାଉଛି।”

ସେପଟେ ସୂର୍ଯ୍ୟା ଟୁଇଟର ପେଜରେ ଅମିତାଭଙ୍କ ଫଟୋ ଶେୟାର କରିବା ସହ ଲେଖିଛନ୍ତି କି, “ଏହା ମୋ ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ ଅଟେ।” ମୋର ଏହି ସ୍ୱପ୍ନ ସାକାର ହୋଇଥିବାରୁ ଭଗବାନ,ମା ଓ ବାପାଙ୍କୁ ଧନ୍ୟବାଦ, ଯେଉଁମାନଙ୍କୁ ମୁଁ କେବେ ବି ଦେଖିନାହିଁ।

ଫିଲ୍ମକୁ ନେଇ ସମସ୍ତେ ଆଶାବାଦୀ ଥିବା ବେଳେ ବକ୍ସ ଅଫିସରେ ଏହା କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।

Comment