ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ରାତି ୮ଟାରେ ରାଜସ୍ଥାନ ସୱାଇ ମାନସିଂହ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
ଚଳିତ ଆଇପିଏଲ୍ ସିଜନ୍ରେ ଉଭୟ ରାଜସ୍ଥାନ ଏବଂ ବେଙ୍ଗାଳୁରୁ ଟିମ୍ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଜିତି ପାରି ନାହିଁ। ଆଜି ଏହି ଦୁଇଟି ଟିମ୍ ମଧ୍ୟରେ ହେବାକୁ ଯାଉଛି ଲଢ଼େଇ।
ଆଜିଙ୍କ୍ୟ ରାହାଣେ ଟିମ୍ ଆଜି କୋହଲୀ ବାହିନୀକୁ ଭେଟିବାକୁ ଯାଉଛି। ଏଯାଏଁ ବେଙ୍ଗାଳୁରୁ ସମସ୍ତ ମ୍ୟାଚ୍ରେ ହାରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ମଧ୍ୟ କୌଣସି ମ୍ୟାଚରେ ଜିତି ନପାରି ବେଙ୍ଗାଳୁରୁର ଉପରେ ରହିଛି।


















