ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ନଜର ଆସିବେ ଆଜିଙ୍କ୍ୟ ରାହାଣେ। ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳରେ ଥିବା ରାହାଣେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଦଳ ହୋଇଯାଇଛନ୍ତି।

ରାଜସ୍ଥାନ ରୟାଲ୍ସ ତା’ର ଆଗାମୀ ଆଇପିଏଲ ସିଜିନ୍ ପାଇଁ ଖେଳାଳି ଅଦଳବଦଳ କରିଛି। ଏହି ଅଦଳବଦଳ ପ୍ରକ୍ରିୟାରେ ରାଜସ୍ଥାନ ରୟାଲ୍ସ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ରାହାଣେଙ୍କୁ ଦେଇ ତା’ବଦଳରେ ସ୍ପିନର ବୋଲର ମୟଙ୍କ ମାର୍କଣ୍ଡେ ଓ ଅଲରାଉଣ୍ଡର ରାହୁଲ ତେୱାଟିଆଙ୍କୁ ନେଇଛି।

ଆଇପିଏଲ୍‌ରେ ରାଜସ୍ଥାନ ଦଳ ପାଇଁ ରାହାଣେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଏପରିକି ପୂର୍ବରୁ ସେ ଦଳର ଅଧିନାୟକ ମଧ୍ୟ ରହିଥିଲେ। ଗତ ସିଜିନ ମଧ୍ୟ ସେ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ଦଳ ତାଙ୍କୁ ବଦଳାଇଦେଇଛି।

Comment