ଓଡ଼ିଶାଲାଇଭ୍ ବ୍ୟୁରୋ

ଜୋଫ୍ରା ଆର୍ଚରଙ୍କ ଦମଦାର ବୋଲିଂ ସାଙ୍ଗକୁ ସଞ୍ଜୁ ସାମସନ୍ ଓ ଷ୍ଟୋକସଙ୍କ ଧୂଆଁଧାର ଇଂନିସ ବଳରେ ଗତକାଲି ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚ ପରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପଞ୍ଜାବର ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ ୯୯ ରନରେ ଆଉଟ୍ କରିଦେଇଥିଲେ। ଯାହା ଫଳରେ ଗେଲ୍ ଆଇପିଏଲରେ ନିଜର ସପ୍ତମ ଶତକ ପୂରଣ କରିବାରୁ ବଞ୍ଚିତ ହୋଇଥିଲେ। ହେଲେ ଏହି ମ୍ୟାଚ ପରେ ଆର୍ଚରଙ୍କ ଏକ ସାତ ବର୍ଷ ତଳର ଟୁଇଟ ଖୁବ୍ ଭାଇରାଲ୍ ହୋଇଛି।୨୦୧୩ ମସିହା ଫେବ୍ରୁଆରି ୨୨ ତାରିଖରେ ରାଜସ୍ଥାନ ରୟାଲ୍ସର ବୋଲର ଜୋଫ୍ରା ଆର୍ଚର ଏକ ଟୁଇଟ୍ କରିଥିଲେ। ଏହି ଟୁଇଟରେ ସେ କହିଥିଲେ ଯେ, ଯଦି ସେ ବୋଲିଂ କରୁଥିବେ ତେବେ ସେ ଗେଲଙ୍କୁ ଶତକ ମାରିବାକୁ ଦେବେ ନାହିଁ। ଯାହା ଗତକାଲିର ମ୍ୟାଚରେ ସତ ହୋଇଛି। ଆର୍ଚର ୯୯ ରନରେ ବ୍ୟାଟିଂ କରୁଥିବା ଗେଲଙ୍କୁ ଆଉଟ୍ କରି ତାଙ୍କୁ ଶତକ ଅର୍ଜନ କରିବାକୁ ଦେଇନାହାନ୍ତି।

ତେବେ ଆର୍ଚର ଏହି ଟୁଇଟ୍ କାହିଁକି ସେ ସମୟରେ କରିଥିଲେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ।

ଗେଲଙ୍କୁ ଜରିମାନା

ଗତକାଲି ୯୯ ରନରେ ଆଉଟ୍ ହେବା ପରେ କ୍ରିସ୍ ଗେଲ୍ ନିଜ ବ୍ୟାଟ୍ ଫୋପାଡ଼ିଦେଇଥିଲେ। ଯାହାକି ଆଇପିଏଲର ଆଚରଣ ସଂହିତାକୁ ଉଂଲ୍ଲଘନ କରୁଛି। ଏହି କାରଣରୁ ମ୍ୟାଚ୍ ରେଫରି ଗେଲଙ୍କ ମ୍ୟାଚ ଫି ୧୦ ପ୍ରତିଶତ କାଟି ଦେଇଛନ୍ତି।

Comment