ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିକେଟ ବଣ୍ଟାରେ ଅସନ୍ତୁଷ୍ଟ ନେତାଙ୍କୁ ଏକପ୍ରକାର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଆଉ ଦୁଇ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ନବୀନ। ନବୀନ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ଵ ଦେଇଛନ୍ତି।

ସେହିପରି ଜନ୍ମେଜୟ ଲେଙ୍କାଙ୍କୁ ଓ ମୀନକେତନ ଅମାନ୍ତଙ୍କୁ ମଧ୍ୟ ସମାନ ଦାୟିତ୍ଵ ମିଳିଛି। ଅନ୍ୟପକ୍ଷରେ ଜିତୁ ପଟ୍ଟନାୟକ, ବିଜୟ ନାୟକଙ୍କୁ ବିଜେପୁର ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଭୁବନେଶ୍ଵର ଉତ୍ତର ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ପ୍ରିୟଦର୍ଶୀ ମିଶ୍ର। ମାତ୍ର ଚଳିତ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମିଳିନାହିଁ।  ୨୦୧୪ ନିର୍ବାଚନରେ ପ୍ରିୟଦର୍ଶୀ ଏହି ଆସନରୁ ବିଜେଡି ବିଜୟୀ ହୋଇଥିଲେ। ସେହିପରି ବଡ଼ଚଣା ନେତା ଜନ୍ମେଜୟ ଲେଙ୍କା ନିକଟରେ ବିଜେଡିରେ ସାମିଲ ହୋଇଥିଲେ।

Comment