ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ

ସଲମାନ ଖାନ୍ଙ୍କ ମଷ୍ଟ ଆୱେଟେଡ୍ ଫିଲ୍ମ ‘ଦବଙ୍ଗ-୩’ର ସୁଟିଙ୍ଗ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ ଏହି ଫିଲ୍ମର ସୁଟିଂ ଜାରି ରହିଛି। ଫିଲ୍ମରେ ସଲମାନଙ୍କ ସହିତ ଲିଡ୍ ରୋଲ୍ରେ ନଜର ଆସିବେ ସୋନାକ୍ଷୀ ସିହ୍ନା। ସବୁଠାରୁ ବଡ଼ କଥା ହେଉଛି ‘ଦବଙ୍ଗ-୩’ ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁଣି ଥରେ ଦବଙ୍ଗ ହିରୋଇନ୍ ସଜ୍ଜୋଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ସଜ୍ଜୋ ଅର୍ଥାତ୍ ସୋନାକ୍ଷୀଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସବା ପରେ ଦର୍ଶକମାନେ ଏହାକୁ ବହୁତ ପ୍ରଶଂସା କରିଛନ୍ତି। ପାରମ୍ପରିକ ଦବଙ୍ଗ ଲୁକ୍ରେ ନଜର ଆସିଛନ୍ତି ସୋନାକ୍ଷୀ ସିହ୍ନା।
ନିଜେ ସୋନାକ୍ଷୀ ଏହି ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସୋନାକ୍ଷୀ ଲେଖିଛନ୍ତି, “ସଜ୍ଜୋ ପୁଣି ଥରେ ଫେରୁଛି।” ଏହାକୁ ନେଇ ସୋନାକ୍ଷୀଙ୍କୁ ସିନେ ଜଗତର ବହୁ କଳାକାରମାନେ ଅଭିନନ୍ଦନ ଜଣାଇଛନ୍ତି। ଫଟୋରେ ସୋନାକ୍ଷୀ ବ୍ୟାକ୍ ପୋଜ୍ରେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ‘ଦବଙ୍ଗ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। କୁହାଯାଉଛି ‘ଦବଙ୍ଗ-୩’ ସୋନାକ୍ଷୀ ଖୁବ୍ କମ୍ ସମୟ ପାଇଁ ଅଭିନୟ କରିବେ। କାହାଣୀର ଡିମାଣ୍ଡ ଅନୁଯାୟୀ ଏଭଳି କରାଯାଉଛି ବୋଲି ଖବର ଆସୁଛି। ୨୦୧୯ ଶେଷ ଆଡ଼କୁ ଦବଙ୍ଗ-୩ ଫିଲ୍ମ ରିଲିଜ ହେବ। ଦବଙ୍ଗ-୩ କୁ ବାଦ୍ ଦେଲେ ଆସନ୍ତା ଏପ୍ରିଲ ୧୭ରେ ସୋନାକ୍ଷୀଙ୍କ ‘କଳଙ୍କ’ ଫିଲ୍ମ ରିଲିଜ ହେବାକୁ ଯାଉଛି।


















