ଓଡ଼ିଶାଲାଇଭ୍ ବ୍ୟୁରୋ

twitter-1

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡରେ ଦୁଃଖର ଲହରୀ ଖେଳିବା ପରେ ଏବେ ଅନେକ ବିବାଦ ମୁଣ୍ଡ ଟେକିଲାଣି। ବିବାଦ ଘେରକୁ ଆସିଛନ୍ତି କେତେକ ବଲିଉଡ ଷ୍ଟାର। ଚାରିଆଡ଼େ ଚାଲିଛି ବଲିଉଡରେ ହେଉଥିବା ନେପୋଟିଜିମର ଚର୍ଚ୍ଚା। ତେବେ ଏସବୁର ପ୍ରଭାବରେ ସୋସିଆଲ ମିଡିଆରେ ଅସହଜ ମନେକଲେଣି କିଛି କଳାକାର।

sonakshi

ନିକଟରେ ସୋନାକ୍ଷୀ ସିହ୍ନା ଟ୍ୱିଟରକୁ ବାଏ ବାଏ କହିଦେଇଛନ୍ତି। ଏନେଇ ସୋନାକ୍ଷୀ କହିଛନ୍ତି ଯେ ଏହି ପ୍ଲାଟଫର୍ମରେ ଅଧିକ ନେଗେଟିଭିଟି ରହିଛି ଯେଉଁଥିପାଇଁ ସେ ଏଥିରୁ ଦୂରେଇ ଯାଉଛନ୍ତି। ଆଉ ଏହା ପରେ ସେ ନିଜ ଟ୍ୱିଟର ଆକାଉଣ୍ଟ ଡିଆକ୍ଟିଭେଟ୍ କରିଦେଇଛନ୍ତି।

ଏହା ପରେ ପରେ  ଅଭିନେତା ସାକିବ ସାଲିମ ମଧ୍ୟ ଏହି କାରଣ ଦର୍ଶାଇ ଟ୍ୱିଟରକୁ ଅଲବିଦା କହିଛନ୍ତି। ଶେଷ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ ନିଜର ଭାବନା ପ୍ରକାଶ କରିବା ପାଇଁ, ଜ୍ଞାନ ଆହୋରଣ ପାଇଁ ତଥା ଅନେକ ଦୃଷ୍ଟିରୁ ଏହା ଏକ ଉତ୍ତମ ପ୍ଲାଟଫର୍ମ ଥିଲା କିନ୍ତୁ  ଏବେ ଏଠାରେ ଘୃଣାଭାବ ବଢ଼ିଚାଲିଛି। ତେଣୁ କିଛି ଦିନ ହେବ ସେ ଏହାର ଅନୁଭବ କରିବା ପରେ ଏଥିରୁ ବିଦାୟ ନେଉଛନ୍ତି।

sushant

ଏହି ଲିଷ୍ଟରେ ଅଛନ୍ତି ଅଭିନେତା ଆୟୁଷ ଶର୍ମା ଏବଂ ଜହିର ଇକବାଲ ମଧ୍ୟ ଟ୍ୱିଟରରୁ ବିଦାୟ ନେଇଛନ୍ତି। ନିଜ ଶେଷ ପୋଷ୍ଟରେ ଆୟୁଷ ଶର୍ମା କହିଛନ୍ତି, “୨୮୦ ଶବ୍ଦ କୌଣସି ବ୍ୟକ୍ତିର ପରିଚୟ ପାଇଁ ସମର୍ଥ ନୁହେଁ କିନ୍ତୁ ଏହି ୨୮୦ ଶବ୍ଦ ଫେକ୍ ନ୍ୟୁଜ୍, ଘୃଣାଭାବ ଏବଂ ନେଗେଟିଭିଟି ପ୍ରସାର କରିବାରେ ସକ୍ଷମ, ଖୁଦା ହାଫିଜ୍ ”।

ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇଁ ସାରା ଦେଶ ଚକିତ ହୋଇଯାଇଥିଲା। ଆତ୍ମହତ୍ୟା ପଛର କାରଣ ଡିପ୍ରେସନ ବୋଲି କୁହାଯାଉଛି। ହେଲେ ସୁୁଶାନ୍ତଙ୍କ ଫ୍ୟାନ ଏଥିପାଇଁ ବଲିଉଡର କେତେକ କଳାକାର ଏବଂ ସେଠାରେ ଚାଲିଥିବା ପରିବାରବାଦକୁ ଦାୟୀ କରୁଛନ୍ତି। ଏନେଇ ଫ୍ୟାନ୍ସଙ୍କ ମନରେ କେତେକ କଲାକାରଙ୍କ ପାଇଁ ରାଗ ତଥା ଘୃଣାଭାବ ଦେଖିବାକୁ ମିଳିଛି ଯାହାକୁ ଏହି ଷ୍ଟାର ଗ୍ରହଣ କରିପାରୁନାହାନ୍ତି।

Comment