ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସରେ ନୂଆ ନିଯୁକ୍ତି ହୋଇଛି। ଏଥିସହିତ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଯଜ୍ଞେଶ୍ୱର ବାବୁଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ଉପ-ସଭାପତି ନିଯୁକ୍ତି ମିଳିଛି। ଏନେଇ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସେହିପରି ଜ୍ଞାନଦେବ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ପୂର୍ବତନ ବିଧାୟକ ତଥା ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ନିକଟରେ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ଦଳର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ ହୋଇ ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ତାହା ସେ କଂଗ୍ରେସ ପାଇଁ କରିବେ ବୋଲି ଯଜ୍ଞେଶ୍ୱର କହିଛନ୍ତି।

Comment