ଓଡ଼ିଶାଲାଇଭ୍ ବ୍ୟୁରୋ

ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କଟକର ଏସ୍ସିବି ମେଡିକାଲରେ ରବିବାର ରାତି ପାଖାପାଖି ୯ଟା ୧୫ରେ ତାଙ୍କର ପରଲୋକ ଘଟିଛି।
ବାସୁଦେବ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ଅନେକ ସୁପରହିଟ୍ ଗୀତର ସେ ନିର୍ଦ୍ଦେଶନା ଦେଇଛନ୍ତି। ସର୍ବମୋଟ୍ ସେ ୧୨ ହଜାର ଗୀତର କମ୍ପୋଜ୍ କରିଛନ୍ତି। ୧୯୫୬ ମାର୍ଚ୍ଚ ୭ରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ପରେ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ପାଠପଢ଼ା ସମାପ୍ତ କରିଥିଲେ । ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟରର ଆରମ୍ଭ କରିଥିଲେ। ଏହାପରେ ସେ ସଉତୁଣୀ, ଚିହ୍ନାଅଚିହ୍ନା, କାବେରୀ ଆଦି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୨୦୧୧ରେ ମୁକ୍ତିଲାଭ କରିଥିବା ତଚମେ ହିଁ ସାଥୀ ମୋର ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା।
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ ବାସୁଦେବ। ଆଶା ଭୋସଲେ, ମାନ୍ନା ଦେ’ ଏବଂ ବଲିଉଡର ଅନେକ କଣ୍ଠଶିଳ୍ପୀଙ୍କ ସହ ସେ କାମ କରିଛନ୍ତି। ‘ବାସୁଦେବ ରଥ ଆଣ୍ଡ ପାର୍ଟି’ ନାମରେ ଏକ ଅର୍କେଷ୍ଟ୍ରା ଦଳ ମଧ୍ୟ ତାଙ୍କର ଥିଲା।
ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଅତଳନୀୟ। ତାଙ୍କର ବିୟାଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିଲା।


















