ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜୟପୁରରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହେଉଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଛି। ମତଦାନ ଆରମ୍ଭ ହୋଇପାରିନଥିବାରୁ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି। ମତଦାନ କେନ୍ଦ୍ର ସାମ୍ନାରେ ଭୋଟରମାନଙ୍କ ଲମ୍ବା ଲାଇନ୍‌ ଲାଗିଛି।

ଜୟପୁରର ପାଖାପାଖି ୭ରୁ ୮ଟି ମତଦାନକେନ୍ଦ୍ରରେ ଇଭିଏମ୍‌ରେ ଯାନ୍ତିକ ତ୍ରୁଟି ଦେଖାଦେଇଛି। ପାରବେଡ଼ା ହାଇସ୍କୁଲ ୧୬୨ ନମ୍ବର ବୁଥ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ସେହିପରି ଚିତ୍ରକୋଣ୍ଡା ୟୁପି ହାଇସ୍କୁଲର ୨୧୧ ନମ୍ବର ବୁଥ୍‌ରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।

Comment