ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ମତଦାନ କେନ୍ଦ୍ର ନକଟରେ ନକ୍ସଲଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣ। ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ପରଶଗାଓଁ ମତଦାନ କେନ୍ଦ୍ର ନିକଟରେ ନକ୍ସଲମାନେ ଲାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଭୋଟରଙ୍କୁ ଭୟଭୀତ କରିବା ପାଇଁ ନକ୍ସଲମାନେ ବୁଥ୍‌ ନିକଟରେ ଲାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ। ମତଦାନକୁ ଭଣ୍ଡୁର କରିବା ପାଇଁ ଲାଲ୍‌ ବାହିନୀ ଚେଷ୍ଟା କରିଛନ୍ତି।

ତେବେ ନକ୍ସଲଙ୍କ ଧମକକୁ ଖାତିର ନକରି ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି। ସିଆର୍‌ପିଏଫ୍‌ ଯବାନ୍‌ ଏବଂ ସ୍ଥାନୀୟ ପୋଲିସଙ୍କ କଡ଼ା ସୁରକ୍ଷା ବଳୟରେ ଭୋଟରମାନେ ମତଦାନ କରୁଛନ୍ତି।

Comment