ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଆରମ୍ଭ ମତଦାନ ଆରମ୍ଭ ହୋଇଛି। ପାଖାପାଖି ୭ ହଜାର ବୁଥ୍‌ରେ ମତଦାନ ଜାରିରହିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ୨୫ ପ୍ରତିଶତ, ନବରଙ୍ଗପୁରରେ ୨୧ ପ୍ରତିଶତ, କଳାହାଣ୍ଡି ଓ କୋରାପୁଟରେ ୨୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Comment