ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଦମ୍ପତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଛାଇ ଯାଇଛି। ଫଟୋଟି ଲିଙ୍ଗଗତ ସମାନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଥିଲା। ପାକିସ୍ତାନର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଡିନର ଡେଟ୍ ଯିବା ସମୟରେ ଲିଙ୍ଗଗତ ସମାନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସ୍ୱାମୀଙ୍କୁ ବୁର୍ଖା ପିନ୍ଧାଇ ବାହାରକୁ ନେଇଥିଲେ।

ଫଟୋରେ ଦେଖିବାକୁ ମିଳିଛି ଯେ ପତି ମୁହଁରେ ବୁର୍ଖା ପିନ୍ଧି ବସିଥିବା ବେଳେ ମହିଳା ଜଣକ ସେଲ୍ଫି ନେଇଛନ୍ତି। ସେ ଏହି ଫଟୋଟିକୁ ଇନଷ୍ଟାଗ୍ରାମରେ ସେୟାର୍ କରିବା ପରେ ଏହି ଫଟୋରେ ଅନେକ ୟୁଜର କମେଣ୍ଟ ଲାଇକ୍ ଦେଇଛନ୍ତି।

ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଫଟୋ ଦେଇ ସମସ୍ତକୁ ସମାନ ବ୍ୟବହାର ଦେଖାଇ ମାନବିକତାର ପରିଚୟ ଦେବା ଉପରେ ନିଜର ମତ ରଖିଛନ୍ତି। ଜଣେ ମହିଳା ଯଦି ବୁର୍ଖା ପରିଧାନ କରିବାରେ ସଂଯମ କରନ୍ତି ନାହିଁ ତେବେ ଏ କ୍ଷେତ୍ରରେ ମଧ୍ୟ ପୁରୁଷମାନେ ସମାନ ବୋଲି ବାର୍ତ୍ତା ଦେଇଛନ୍ତି ଦମ୍ପତି। ସେମାନଙ୍କର ଏହି ଉଚ୍ଚ ଚିନ୍ତାଧାରା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

Comment