ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ହିଞ୍ଜିଳିରେ ନବୀନ ବନାମ୍ ପିତାମ୍ବର

ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ସେ ପୂର୍ବରୁ ଲଢ଼ି ଆସୁଥିବା ଆସନ ହିଞ୍ଜିଳି ଓ ଅନ୍ୟଟି ହେଉଛି ପଶ୍ଚିମ ଓଡ଼ିଶାର ବିଜେପୁର ଆସନ। ହିଞ୍ଜିଳି ଲାଗି ନବୀନ ପ୍ରଚାର କରୁଛନ୍ତି। ସେପଟେ ହିଞ୍ଜିଳି ଲାଗି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହେଉଛନ୍ତି ପିତାମ୍ବର ଆଚାର୍ଯ୍ୟ। ସେ ଏବେ ଭାରତୀୟ ଜନତା ପାର୍ଟିର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସ୍ୱାମୀ ମଇଦାନରେ ସ୍ତ୍ରୀ ପ୍ରଚାରରେ

ଏପ୍ରିଲ ୧୮ ରେ ଦ୍ୱୀତିୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ। ଯେଉଁଥିପାଇଁ ପ୍ରାର୍ଥିମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଚାରକୁ ନେଇ ବଲାଙ୍ଗିରିରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବଲାଙ୍ଗିରି ବିଧାନସଭା ଆସନ ଲାଗି ବିଜେପି ଏଥର ନୂଆମୁହଁ ଦେଇଛି। ଅନନ୍ତ ଦାସଙ୍କୁ ବିଜେପି ବଲାଙ୍ଗିର ଲାଗି ପ୍ରାର୍ଥୀ କରିଛି। ଅନନ୍ତ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅନନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛିଦିନ ମଧ୍ୟରେ ତାଙ୍କ ପତ୍ନୀ ବିଦୁସ୍ମୀତା ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ବଲାଙ୍ଗିରିରେ ନିଜ ସ୍ୱାମୀଙ୍କ ଲାଗି ପ୍ରଚାର କରୁଛନ୍ତି।

ଆଜି କନ୍ଧମାଳ ଓ ଆସିକାରେ ନବୀନଙ୍କ ମାରାଥନ ପ୍ରଚାର

ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସିକା ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରିବେ। ସକାଳ ୧୦ଟାରେ କନ୍ଧମାଳ ତୁମୁଡିବନ୍ଧରେ ପହଞ୍ଚି ସେଠାରେ ଆୟୋଜିତ ହେବାକୁ ଥିବା ସଭାରେ  ଯୋଗ ଦେବେ। ନବୀନଙ୍କ ସହ ସ୍ଥାନୀୟ ପ୍ରାର୍ଥୀ ମାନେ ଉପସ୍ଥିତ ରହିବେ।

ପଶ୍ଚିମବଙ୍ଗରେ ହେଲିକେପ୍ଟର ଓହ୍ଲାଇବାକୁ ରାହୁଲଙ୍କୁ ମିଳିଲାନି ଅନୁମତି, ସଭା ରଦ୍ଦ

ପଶ୍ଚିମବଙ୍ଗ ସରକାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହେଲିକେପ୍ଟର ଓହ୍ଲାଇବା ଲାଗି ଅନୁମତି ଦେବାକୁ ମନା କରିଦେଇଛି। ଯାହାପରେ ସିଲିଗୁଡ଼ିରେ ରାହୁଲଙ୍କ ନିର୍ବାଚନୀ ସଭାକୁ ରଦ୍ଦ କରିଦିଆଯାଇଛି।

କଂଗ୍ରେସର ବରିଷ୍ଠ ନେତା ଶଙ୍କର ମଲାକାର କହିଛନ୍ତି କି ସେମାନେ ଏପ୍ରିଲ ୧୪ରେ ରାହୁଲ ଗାନ୍ଧିଙ୍କ ହେଲିକେପ୍ଟରକୁ ପୋଲିସ ପଡ଼ିଆରେ ଓହ୍ଲାଇବାକୁ ଅନୁମତି ମାଗିଥିଲେ, ଯାହାକୁ ପୋଲିସ ମନା କରିଦେଇଛି। ସେଥିପାଲି ରାଲିକୁ ରଦ୍ଦ କରିଦିଆଯାଇଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

୨୦୧୯ ନିର୍ବାଚନ : ବାପା-ପୁଅ-ସ୍ତ୍ରୀ-ଝିଅ ରାଜନୀତି

କାହାର ହେବ କନ୍ଧମାଳ?

୭୩.୭୬ ପ୍ରତିଶତ ଭୋଟ କ’ଣ କହୁଛି?

ବାରବାଟୀ-କଟକ ବିଧାନସଭା ଆସନ: ତିନି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

Comment