ଓଡ଼ିଶାଲାଇଭ୍‌ ବ୍ୟୁରୋସୋଜନ୍ୟ –ଟୁଇଟର୍‌

ନାଗପୁରରେ ଦୁନିଆର ସବୁଠୁ କମ୍‌ ଉଚ୍ଚତା ଥିବା ମହିଳା ଜ୍ୟୋତି ଆମେଗ ଆଜି ପୋଲିଂ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେ ପ୍ରତିଥର ନିଜର ଭୋଟ ଦେଇଥାନ୍ତି।

ଜ୍ୟୋତି ନିଜ ନାଁକୁ ଗିନିଜ୍‌ ବୁକ୍‌ ଅଫ ରେକର୍ଡରେ ସାମିଲ କରିସାରିଛନ୍ତି। ଲାଲ୍‌ରଙ୍ଗର ଏକ ସ୍ଲିଭଲେସ୍‌ ଡ୍ରେସ ପିନ୍ଧି ୨ଫୁଟ ଏକ ଇଞ୍ଚର ଜ୍ୟୋତି ଭୋଟ ଦେବାଲାଗି ବୁଥରେ ପହଞ୍ଚିଥିଲେ। ଜ୍ୟୋତି ଲାଇନରେ ଛିଡ଼ା ହୋଇ ନିଜର ଭୋଟ ଦେଇଛନ୍ତି।

ଭୋଟଦେବା ପରେ ସେ ଯେତେବେଳେ ମତଦାନ କେନ୍ଦ୍ର ବାହାରକୁ ଆସିଥିଲେ ସେତେବେଳେ ହାତରେ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଥିଲେ। ଏହାସହିତ ସମସ୍ତଙ୍କୁ ଗଣତନ୍ତ୍ରର ଏହି ମହାଯୁଦ୍ଧରେ ସାମିଲ ହେବାଲାଗି ସେ ଅପିଲ୍‌ କରିଥିଲେ।

ଜ୍ୟୋତିଙ୍କ ଉଚ୍ଚର ୬୩ ସେଣ୍ଟିମିଟର। ସେ ବିଗ ବସ୍‌ -୬ରେ ବି ନଜର ଆସିସାରିଛନ୍ତି।

Comment