ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏପ୍ରିଲ ୧୮ ରେ ଦ୍ୱୀତିୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ। ଯେଉଁଥିପାଇଁ ପ୍ରାର୍ଥିମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ପ୍ରଚାରକୁ ନେଇ ବଲାଙ୍ଗିରିରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବଲାଙ୍ଗିରି ବିଧାନସଭା ଆସନ ଲାଗି ବିଜେପି ଏଥର ନୂଆମୁହଁ ଦେଇଛି। ଅନନ୍ତ ଦାସଙ୍କୁ ବିଜେପି ବଲାଙ୍ଗିର ଲାଗି ପ୍ରାର୍ଥୀ କରିଛି। ଅନନ୍ତ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ଅନନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛିଦିନ ମଧ୍ୟରେ ତାଙ୍କ ପତ୍ନୀ ବିଦୁସ୍ମୀତା ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ବଲାଙ୍ଗିରିରେ ନିଜ ସ୍ୱାମୀଙ୍କ ଲାଗି ପ୍ରଚାର କରୁଛନ୍ତି।

ପ୍ରତିଦିନ ସେ ପ୍ରଚାର କରୁଛନ୍ତି। ବିଦୁସ୍ମୀତା ଆଶାବାଦୀ ଅଛନ୍ତିକି ଅନନ୍ତ ଏଥର ବଲାଙ୍ଗିରିବାସୀଙ୍କ ଭରସା ଜିତିବେ ଏବଂ ନିର୍ବାଚନ ଜିତିବେ। ଅନ୍ୟପଟେ ଅନନ୍ତ କହିଛନ୍ତି ମୁଁ ବିଜେପିରେ ଗତ ୧୦ ବର୍ଷ ହେବ ଅଛି। ଲୋକେ ଠିକ୍ ଲୋକକୁ ଭୋଟ ଦେବ। ଏହାରିଭିତରେ ଦେଖିବାକୁ ବାକିରହିଲା ବଲାଙ୍ଗିରିବାସୀ କାହା ସପକ୍ଷରେ ଭୋଟ ଦେଉଛନ୍ତି।

Comment