ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ୮୧ ବିଶିଷ୍ଟ ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଡିସେମ୍ବର ୨୩ରେ ରେଜଲ୍ଟ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରା ସୂଚନା ଦେଇଛନ୍ତି।

ନଭେମ୍ବର ୨୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଡିସେମ୍ବର ୭ରେ ଦ୍ୱିତୀୟ, ଡିସେମ୍ବର ୧୨ରେ ତୃତୀୟ, ୧୬ରେ ଚତୁର୍ଥ ଏବଂ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଝାଡ଼ଖଣ୍ଡର ୧୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ହୋଇଥିବା ବେଳେ ୬୭ଟି ଆସନ ନକ୍ସଲ ପ୍ରଭାବିତ।

ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଆସନ, ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ, ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଏବଂ ପଞ୍ଚମ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ନିର୍ବାଚନ ହେବ।

Comment