ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ହେଲେ ଦେଶର ନୂଆ ନିର୍ବାଚନ କମିସନର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିର୍ବାଚନ କମିସନରଭାବେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

୧୯୮୪ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଆଇଏସ୍ ଅଫିସର ହେଉଛନ୍ତି ରାଜୀବ କୁମାର। ରାଷ୍ଟ୍ରାୟତ୍ତ ଚୟନ ବୋର୍ଡର ଅଧ୍ୟକ୍ଷ ପଦବୀରେ ମଧ୍ୟ ସେ ଦାୟିତ୍ଵ ବହନ କରିଛନ୍ତି। ଅଗଷ୍ଟ ୩୧ ତାରିଖରେ ସେ କାର୍ଯ୍ୟରେ ଯୋଗଦେବେ।

ପୂର୍ବରୁ ଏହି ପଦରେ ଅଶୋକ ଲାଭାସା ଥିଲେ। ଅଶୋକ ଲାଭାସା କିଛି ଦିନ ପୂର୍ବରୁ ଏହି ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏବେ ସେ ଏସିଆନ୍ ଡେଭଲେପମେଣ୍ଟ ବ୍ୟାଙ୍କରେ ଭାଇସ ପ୍ରେସିଡେଣ୍ଟ ଭାବେ କାମ କରିବେ ବୋଲି ଜଣାପଡ଼ିଛି। ଲାଭାସାଙ୍କ ଇସ୍ତଫା ଘୋଷଣା ପରେ ରାଜୀବ କୁମାର ତାଙ୍କ ସ୍ଥାନ ଦିଆଯାଇଛି।

Comment