ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର। ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତି ମିଳିଛି। ଆସନ୍ତା ମେ’ ୧୫ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ। ଦେଶର ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରା ଆସନ୍ତା ୧୪ ତାରିଖରେ ଅବସର ଗ୍ରହଣ କରିବେ।

ସୁଶିଲ ଚନ୍ଦ୍ରାଙ୍କ ସ୍ଥାନରେ ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ରାଜୀବ କୁମାରଙ୍କୁ ନିଯୁକ୍ତି ମିଳିଛି। ରାଜୀବ କୁମାର ୨୦୨୨ ମସିହା ମେ’ ୧୫ ତାରିଖରୁ ୨୦୨୫ ମସିହା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵରେ ରହିବେ। ଆସନ୍ତା ୨୦୨୫ ଫେବ୍ରୁଆରି ୧୯ ତାରିଖରେ ରାଜୀବ କୁମାରଙ୍କୁ ୬୫ ବର୍ଷ ପୂରଣ ହେବ। ତେଣୁ ସରକାରୀ ନିୟମ ଅନୁସାରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳର ବୟସ ସୀମା ୬୫ ବର୍ଷ ବୟସ ରହିଛି।

ରାଜୀବ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିବା ନେଇ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି। ସେ ନୂଆ ନିର୍ବାଚନ କମିଶନକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Tags: #ElectionCommission #ElectionCommissioner #ChiefElectionCommission #RajeevKumar #ChiefElectionCommissioner

LEAVE A REPLY

Please enter your comment!
Please enter your name here