ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶୁକ୍ରବାର ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏଥର ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ ଭୋଟର ରହିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଚୂଡ଼ାନ୍ତ ତାଲିକା ଅନୁସାରେ ଓଡ଼ିଶାରେ ମୋଟ ଭୋଟରଙ୍କ ମଧ୍ୟରେ ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ପୁରୁଷ ଭୋଟର ରହିଛନ୍ତି। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ରହିଛି। ଏହାସହ ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩,୩୮୦ ରହିଛି।

୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ସଂଶୋଧିତ ତାଲିକାରେ ଯୋଡ଼ି ହୋଇଛନ୍ତି। ସେହିପରି ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି।   

ଅନ୍ୟପଟେ ଚଳିତ ବର୍ଷ ରାଜ୍ୟରେ ଯୁବ ଭୋଟରଙ୍କ (୧୮ରୁ ୧୯ ବର୍ଷ) ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି। ମୋଟ ଭୋଟରଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ୨.୨୭ ପ୍ରତିଶତ, ଯାହା ବିଗତ ୫ ବର୍ଷରେ ସର୍ବାଧିକ।

ଏହାସହ ରାଜ୍ୟରେ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ଭୋଟରଙ୍କ ସଂଖ୍ୟା ୬ ଲକ୍ଷ ୮୫ ହଜାର ୪୮ ରହିଛି। ସେହିପରି ନୂଆ ଭୋଟର ତାଲିକାରେ ୪ ଲକ୍ଷ ୫୭ ହଜାର ୮୨୧ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି।

Tags: #Elections #FinalVoterList #NewVoters #ElectionCommission #Odisha

LEAVE A REPLY

Please enter your comment!
Please enter your name here