ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ପୌରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଭୋଟର ତାଲିକା। ଫେବ୍ରୁଆରି ୧୦ ତାରିଖ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ଭୋଟର ତାଲିକା ନିମନ୍ତେ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ଫେବ୍ରୁଆରି ୧୧ରୁ ୧୬ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ। ନିର୍ବାଚନ ଅଧିକାରୀ ଅପତ୍ତି ଅଭିଯୋଗର ତଦନ୍ତ କରି ୧୮ ତାରିଖ ଚୂଡ଼ାନ୍ତ ଫଇସଲା କରିବେ। ଫେବ୍ରୁଆରି ୨୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସମସ୍ତ ରାଜନୈତିକ ଦଳଙ୍କୁ ସେହିଦିନ ଭୋଟର ତାଲିକା ପ୍ରଦାନ କରାଯିବ।

ଆସନ୍ତା ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରାଯିବ। କୌଣସି ନୂଆ ଭୋଟରଙ୍କୁ ଏହି ତାଲିକାରେ ଯୋଡ଼ା ଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ। ୪୮ଟି ଏନ୍‌ଏସି, ୫୯ଟି ମ୍ୟୁନିସିପାଲଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ କରାଯିବ।

LEAVE A REPLY

Please enter your comment!
Please enter your name here