ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ପାଇଁ ମାର୍ଚ୍ଚ ୨୯ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। କୋରୋନାକୁ ଭାଇରସ୍‌କୁ ଦୃଷ୍ଟିରେ ରଖି ସରକାର ଦଳ ମୁଖ୍ୟ ସଚେତକ ବିଧାନସଭାକୁ ସ୍ଥଗିତ କରିବା ପାଇଁ ପ୍ରସ୍ତାବ ଆଣିଥିଲେ।

ସଚେତକ କହିଥିଲେ ଯେ, ବିପର୍ଯ୍ୟୟ ପ୍ରଶମନ ଆଇନ୍‌ ୨୦୦୫ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ଭାବେ କୋରୋନାକୁ ଘୋଷଣା କରାଯାଇଛି। ଏଣୁ ଗୃହକୁ ମାର୍ଚ୍ଚ ୨୯ ଯାଏଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ କଂଗ୍ରେସ୍‌ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ହେଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିରୋଧ କରିଥିଲେ। ଏହାପରେ ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଥିଲା।

ଚଳିତ ବଜେଟ୍‌ ଅଧିବେଶନ ଏପ୍ରିଲ ୯ ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଛି।

Comment