ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏବେ ନିର୍ବାଚନୀ ମାହୋଲ। ଜୋରସୋରରେ ଚାଲିଛି ପ୍ରଚାର। ଛକ ହେଉ କି ଚା’ଦୋକାନ ହେଉ ପ୍ରତ୍ୟେକ ଜାଗାରେ ଚାଲିଛି ଚର୍ଚ୍ଚା। ଏହାରି ଭିତରେ ଆସିଛି ଆଉ ଏକ ମଜାଳିଆ ଖବର। ନୂଆ ଦିଲ୍ଲୀ କନ୍ନଟ ପ୍ଲେସ୍‌ ସ୍ଥିତ ଅର୍ଡର ୨.୧ ରେସ୍ତୋରାଁ ପାଇବେ ‘ଚୌକିଦାର ପରଠା’।

ଏହି ରେସ୍ତୋରାଁରେ ମୋଦିଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଚୌକିଦାର ପରଠା ଡିଜାଇନ କରାଯାଇଛି। ରେସ୍ତୋରାଁର ସଂଚାଳକ ମେଘା କାଲରା କହିଛନ୍ତି ଯେ, ମୋଦିଙ୍କ ସ୍ୱଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏହି ପରଠା।  ପରଠା ଲଙ୍କା ଏବଂ ପୁଦିନାର ମିଶ୍ରଣରେ ତିଆରି ହେଉଛି। ଲୋକଙ୍କୁ ଏହି ଚୌକିଦାର ପରଠା ବହୁତ ପସନ୍ଦ ଆସୁଛି ବୋଲି କହିଛନ୍ତି କାଲରା।

ରେସ୍ତୋରାଁରେ ଖାଇବା ଥାଳିକୁ ଏକ ପ୍ଲେଟରର ରୂପ ଦିଆଯାଇଛି। ଭାରତ ମାନଚିତ୍ର ଭଳି ଡିଜାଇନ କରାଯାଇଛି ଏହି ଥାଳିକୁ।  ଏହି ଥାଳିରେ ୨୮ ରାଜ୍ୟର ବିଶେଷତ୍ୱ ବ୍ୟଞ୍ଜନ ପରସା ଯାଇଥାଏ। ଏହି ଥାଳିର ଓଜନ ପାଖାପାଖି ସାଢେ ୫ କିଲୋରୁ ୧୦ କିଲୋ। ଏଥିରେ କାଶ୍ମୀରରୁ ଆରମ୍ଭ କରି ତାମିଲନାଡୁର ବ୍ୟଞ୍ଜନ ରଖାଯାଇଛି।

ଏହି ଥାଳିରେ ରହିଛି ପଞ୍ଜାବର ବଟର ପନିର ମସଲା, ଗୋଂଗୁରା ପଚଡ଼ି, ଆଳୁ ପୋସ୍ତ, ବିହାରର ଲିଟ୍ଟୀ ଚୋଖା, ହିମାଚଳର ଛୋଲେ, ପଂଚରଙ୍ଗି ଡାଲି ଓ ମିଠା, ଗୁଜରାଟର ଢ଼ୋକଲା ଏବଂ ଖାଣ୍ଡବି। ଆମିଷରେ ରହିଛି ଲକ୍ଷ୍ନୌ ଗଲୋଟି, କବାବ, ମଟନ ପେପର ଫ୍ରାଏ, ଚିକେନ ଚେତ୍ତିନାଡ଼, ପଂଜାବୀ ଚିକେନ ବଟର ମସଲା, ହାଇଦ୍ରାବାଦ ସ୍ପେଶାଲ ବିରିୟାନୀ, ଗୋଆ ଫିସ ଇତ୍ୟାଦି।

Comment