ଓଡ଼ିଶାଲଇଭ ପଲିଟିକାଲ ବ୍ୟୁରୋ

ନିର୍ବାଚନୀ ପ୍ରଚାରରେ ବିବାଦୀୟ ଟିପ୍ପଣୀ ମାମଲାରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାଚନ ଆୟୋଗ ବିଏସପି ପ୍ରମୁଖ ମାୟାବତୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଦୁଇଜଣଙ୍କ ଉପରେ ନିର୍ବାଚନ ଆଚରଣ ଉଲଂଘନର ଅଭିଯୋଗ ହୋଇଛି।

ନିର୍ବାଚନ ଆୟୋଗ ମାୟାବତୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଲାଗିଥିବା ରୋକ ଅନୁସାରେ ମାୟାବତୀ ୪୮ଘଣ୍ଚା ଓ ଆଦିତ୍ୟନାଥ ୭୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ। ଦୁଇଜଣଙ୍କ ଉପରେ ଏହି ପ୍ରତିବନ୍ଧକ ଏପ୍ରିଲ ୧୬ ଅର୍ଥାତ ଆସନ୍ତାକାଲି ସକାଳ ୬ ଟାରୁ ଲାଗୁ ହେବ।

ଏହି ନିର୍ଦ୍ଦେଶ ପରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ଲାଗି ଦୁଇନେତା ଆଉ ପ୍ରଚାର କରିପାରିବେ ନାହିଁ। ଆସନ୍ତାକାଲି ଦୁଇନେତାଙ୍କର ଯେଉଁଠି ରାଲି ଥିଲା ତାହାକୁ ରଦ୍ଦ କରାଯାଇଛି।

Comment