ଓଡ଼ିଶାଲାଇଭ ପଲିଟାକାଲ ବ୍ୟୁରୋ

ଆଜି ବରଗଡ ଲୋକସଭା କ୍ଷେତ୍ରରେ ମାରଥନ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ରୋଡ ସୋ ସହିତ ଜନସଭାକୁ ସମ୍ବୋଧିତ କରିବେ ନବୀନ।

ଦିନ ୧୧ଟାରେ ଭେଡେନ ବ୍ଲକରେ ଆୟୋଜନ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହାପରେ ପାଟଣାଗଡ଼ରେ ମଧ୍ୟ ବିଜେଡି ପ୍ରାଥୀଙ୍କ ଭୋଟଲାଗି ପ୍ରଚାର କରିବେ।

ସେହିପରି ଅପରାହ୍ନରେ ବିରାଟ ରୋଡ ସୋରେ ସାମିଲ ହେବେ ନବୀନ। ଆସନ୍ତାକାଲି ମଧ୍ୟ ବରଗଡ ଓ ବରପାଲ୍ଲୀରେ ପ୍ରଚାର କରିବେ ନବୀନ।

ଏପ୍ରିଲ ୧୮ରେ ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ଆସନ୍ତାକଲି ପ୍ରଚାର ସରୁଛି।

Comment