ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଏକ ରୋଡ ସୋ କରିବେ। ଦଳୀୟ ପ୍ରାର୍ଥୀଙ୍କ ଲାଗି ମୋଦି ପ୍ରଚାର କରିବେ। ରୋଡ ସୋ ପୂର୍ବରୁ ସମ୍ବଲପୁରରେ ଏକ ବିଜୟସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ ମୋଦି।
ପ୍ରଧାନମନ୍ତ୍ରୀ ସକାଳ ୧୦.୩୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସମ୍ବଲପୁର ଯାଇ ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ।
ସେହିପରି ମୋଦି ଅପରାହ୍ନ ୫.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ସେ ଏକ ସାଧାରଣ ସଭାରେ ଯୋଗ ଦେବେ। ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିମାନ ବନ୍ଦରରୁ ମୋଦି ଶିରିପୁର ଛକ ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବେ।
ଭୁବନେଶ୍ବର ଓ ସମ୍ବଲପୁର ଲୋକସଭା ଆସନ ଓ ତା ଅଧୀନରେ ଆସୁଥିବା ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ରେ ଭୋଟ ଗ୍ରହଣ କରାଯିବ।