ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ଆଜି ପ୍ରଚାର ସରୁଛି। ଶେଷଦିନରେ ବି ବିଜେଡି ସଭାପତି ମାରାଥନ ପ୍ରଚାର କରିବେ ଦଳୀୟ ପ୍ରାର୍ଥୀଙ୍କ ଲାଗି। ବରଡ଼ରେ ଆଜି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ।

ସକାଳ ୧୦ଟାରେ ନବୀନ ବରଗଡ଼ରେ ଆୟୋଜନ ହେବାକୁଥିବା ଏକ ସାଧରଣ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

ପରେ ବିଜେପୁର , ବରପାଲି,ଗାଇସିଲଟରେ ଆୟୋଜନ ହେବାକୁଥିବା ସାଧାରଣ ସଭାରେ ଯୋଗ ଦେବେ ନବୀନ। ବିଜେଡି ସଭାପତି ଗତ କିଛିଦିନ ହେବ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବା ଆସନ ଲାଗି ମାରାଥନ ପ୍ରଚାର କରୁଛନ୍ତି। ଯାହକୁ ନେଇ ଦଳୀୟ ପ୍ରାର୍ଥୀ, ଶୁଭେଛୁ ଓ ସମର୍ଥକ ଉତ୍ସାହିତ ଅଛନ୍ତି।

ନବୀନ ଅପରାହ୍ନରେ ଏକ ରୋଡ ସୋ କରିବେ। ଆଜି ନବୀନ ରାଉରକେଲାରେ ରୋଡ କରିବାର କାର୍ଯ୍ୟକ୍ରମ ରହିଛି।

Comment