ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନବୀନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଉରକେଲାରେ ପ୍ରଚାର କରିଥିଲେ। ରାଉରକେଲାରେ ନବୀନ ପହଞ୍ଚିବା ପରେ ତାଙ୍କ ହେଲିକପ୍ଟରକୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଯାଞ୍ଚ କରିଥିଲେ।

ନବୀନଙ୍କର ପ୍ରତିଟି ଜିନିଷକୁ ସେମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବିଜେଡି ସଭାପତି ଶେଷ ପର୍ଯ୍ୟନ୍ତ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌କୁ ସହଯୋଗ କରିଥିଲେ। ଶେଷରେ ନବୀନ ପଟ୍ଟନାୟକ ଅଧିକାରୀଙ୍କୁ ଧନ୍ୟବାଦ ବି ଦେଇଥିଲେ।  ନବୀନଙ୍କ ହେଲିକପ୍ଟର ଯାଞ୍ଚ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment