ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ ସହରର ରଙ୍ଗାଢିପା ଅଞ୍ଚଳର ୨୧୩ ନମ୍ବର ବୁଥରେ ଭୋଟିଂ ବନ୍ଦ ହୋଇଛି। ଏହି ବୁଥରେ ପୁନଃ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିକଟକୁ ରିଟର୍ଣ୍ଣିଂ ଅଫିସର ଚିଠି ଲେଖିଛନ୍ତି। ଏହାକୁ ନେଇ ବୁଥ ନିକଟରେ ଉତ୍ତେଜନା ଦେଖାଦେଇଛି।

ଏହି ବୁଥରେ ଭୋଟିଂ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା। ଇଭିଏମରେ ତ୍ରୁଟି ଥିବା ଭୋଟର ଅଭିଯୋଗ କରିଥିଲେ। ଗୋଟିଏ ଚିହ୍ନରେ ଭୋଟ ଦେଲେ ଆଉ ଗୋଟିଏ ଚିହ୍ନକୁ ଭୋଟ ଯାଉଥିବା ଭୋଟର ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ସେକ୍ଟର ଅଫିସର ବୁଥରେ ପହଞ୍ଚି ଇଭିଏମ ସଜାଡ଼ିଥିଲେ। ପରେ ଭୋଟିଂ ଆରମ୍ଭ ହୋଇଥିଲା। ହେଲେ ପୁଣି ଇଭିଏମରେ ତ୍ରୁଟି ଦେଖାଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ରିଟର୍ଣ୍ଣିଂ ଅଫିସର ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍ ଯାଞ୍ଚ କରିଥିଲେ ଏବଂ ଭୋଟିଂ ବନ୍ଦ କରିଥିଲେ।

Comment